ବନ୍ଦ ସମୟରେ ଦେଶ ବିରୋଧୀ ନାରାକୁ ନେଇ ଚାପା ଉତେଜନା, ଥାନାରେ ୩୦ ଅଟକ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଠାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପାଖରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସିଏଏ ଓ ଏନଆରସିକୁ ବିରୋଧ କରି କେନ୍ଦୁଝର ଗାନ୍ଧୀ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନ ସମୟରେ ଦେଶ ବିରୋଧୀ ନାରା ଦେଇ ଥିଲେ। କିଛି ଲୋକେ ଏହାକୁ ବାରଣ କରିବାରୁ ଆନ୍ଦୋଳନ କାରୀମାନେ ସେମାନଙ୍କ ଉପରକୁୁ ଆକ୍ରମଣ କରିଥିଲେ।

ପରେ ସହରବାସୀ ଗାନ୍ଧୀ ଛକଠାରେ ଦେଶ ବିରୋଧୀ ସ୍ଲୋଗାନ ଦେଉଥିବା ଲୋକଙ୍କୁ ଲୋକେ ପୁଲିସରେ ଜିମା ଦେଇଥିଲେ। ଏ ନେଇ ୩୦ରୁ ଊର୍ଦ୍ଧ୍ୱ ଲୋକେ ଥାନାରେ ଅଟକଥିବା ଜଣାପଡ଼ିଛି।