ଆସାମ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଗୁହାଟି,ଏଜେନ୍ସି: ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ଆଜି ବିଜେପି ବିଧାୟକ ଦଳ ପକ୍ଷରୁ ବୈଠକ ବସିବାକୁ ଥିବା ବେଳେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ କଳ୍ପନାଜଳ୍ପନା ଜାରି ରହିଛି।