ଆସିମ ମୁନୀର ହେଲେ ପାକିସ୍ତାନ ସେନା ମୁଖ୍ୟ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଲେଫ୍ଟନାଣ୍ଟ ଜେନେରାଲ ଆସିମ ମୁନୀରଙ୍କୁ ଦେଶର ନୂଆ ସେନା ମୁଖ୍ୟ ନିଯୁକ୍ତ କରିଛନ୍ତି । ମୁନୀର ଜେନେରାଲ କମର ଜାଭେଦ ବାଜବାଙ୍କ ସ୍ଥାନ ନେବେ । ଏନେଇ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ନୂଆ ସେନାମୁଖ୍ୟ ଆସିମ ମୁନୀରଙ୍କର ୨୦୧୯ରେ ହୋଇଥିବା ପୁଲୱାମା ଆକ୍ରମଣରେ ଲିଙ୍କ ରହିଛି । ମୁନୀର ଆଇଏସଆଇ ମୁଖ୍ୟ ଥିବାବେଳେ ଭାରତ ୨୦୧୯ ଫେବୃଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଥିଲା । କେବଳ ଏତିକି ନୁହେଁ, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଥରେ ମୁନୀରଙ୍କ ଉପରେ କ୍ରୋଧ ଜାହିର କରିଥିଲେ ।