ଅତିରିକ୍ତ ବଜେଟ ଆଗତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଧାନସଭାର ପ୍ରଥମ ଦିନରେ ଆଜି ୨୦୨୨-୨୦୨୩ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୧୬ହଜାର ୮୦୦ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ପ୍ରଚାରରେ ଥିବାରୁ ଅମାତ ବଜେଟ ଆଗତ କରିଥିଲେ । ଉକ୍ତ ବଜେଟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨ଶହ କୋଟି ଟଙ୍କା ସବସିଡି ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।