କୋରିୟାନ ଫିଲ୍ମରେ ଅନୁଷ୍କା

ମୁମ୍ବାଇ: ଟିଭି ସିରିୟଲ ‘ବାଲବୀର’ରେ ଶିଶୁ କଳାକାର ଭାବେ ଦର୍ଶକଙ୍କ ମନ ଜିଣିଥିବା ଅନୁଷ୍କା ସେନ କୋରିୟାନ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅନୁଷ୍ମା ନିକଟରେ କୋରିୟାନ ଫିଲ୍ମ ‘ଏସିଆ’ର ପ୍ରଥମ ସେଡ୍ୟୁଲର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ କରି ଭାରତ ଫେରିଥିବା ଅନୁଷ୍କା ତାଙ୍କ ଅନୁଭୂତି ବଖାଣିଛନ୍ତି । ଫିଲ୍ମରେ ଅନୁଷ୍କା ଜଣେ ହତ୍ୟାକାରୀର ଭୂମିକା ନିର୍ବାହ କରୁଛନ୍ତି ।

ସୂଚନାଯୋଗ୍ୟ, କୋରିୟାନ ଫିଲ୍ମ ‘ଏସିଆ’କୁ ଏକ ବହୁଭାଷୀ ଫିଲ୍ମ ରୂପେ ରିଲିଜ କରାଯିବ । ଫିଲ୍ମରେ ଜଙ୍ଗ-ସବ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ଫିଲ୍ମରେ ଭାରତ, କୋରିୟା, ଥାଇଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ, ଫିଲିପିନ୍ସ, ଜାପାନ, ଆମେରିକା ଓ ଭିଏତନାମାର କଳାକାର ଅଭିନୟ କରୁଛନ୍ତି ।