ଡୋଙ୍ଗହାଏ,ଏଜେନ୍ସି: ଦମଦାର ବିଜୟରୁ ଏସିଆନ ଚମ୍ପିଆନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଟିମ। ରବିବାର ଡ୍ରାଗ୍ଫ୍ଲିକର ଗୁରଜିତ କୌରଙ୍କ ୫ଟି ଜବରଦସ୍ତ ଗୋଲ୍ ବଳରେ ଥାଇଲାଣ୍ଡକୁ ୧୩-୦ର ବଡ ବ୍ୟବଧାନରେ ହରାଇଲା ଭାରତ।
ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତ ସହ ଖେଳିଥିବା ଭାରତ। ମ୍ୟାଚ୍ ଆରମ୍ଭର ପ୍ରଥମ ୨ ମିନିଟ୍ରେ ହିଁ ଭାରତକୁ ପେନାଲିଟି ଷ୍ଟ୍ରୋକ୍ ମିଳିଥିଲା ଓ ଟୋକିଓ ଅଲମ୍ପିକ୍ରେ ୪ଟି ଗୋଲ୍ କରିଥିବା ଗୁରଜିତ ଥାଇଲାଣ୍ଡ ଗୋଲକିପରଙ୍କୁ ଚକମା ଦେଇ ଗୋଲ୍ ସ୍କୋର କରିଥିଲେ। ଫଳରେ ଭାରତ ୧-୦ରେ ଭାରତ ଆଗୁଆ ହୋଇଥିଲା। ଏହାର ୪୫ ମିନିଟ ପରେ ଏକମାତ୍ର ଭାରତୀୟ ମହିଳା ଖେଳାଳି ଭାବେ ଅଲମ୍ପିକ୍ରେ ହ୍ୟା-ଟ୍ରିକ୍ ଗୋଲ୍ କରିଥିବା ବନ୍ଦନା କାଟାରିୟା ଦ୍ବିତୀୟ ଗୋଲ୍ କରିଥିଲେ। ପରେ ମ୍ୟାଚର ୧୪ତମ ମିନିଟ୍ରେ ଓଡିଆ ଖେଳାଳି ଲିଲିମା ମିଞ୍ଜ ଆଉ ଏକ ଫିଲ୍ଡ ଗୋଲ୍ କରିଥିଲେ। ଏହାପରେ ଭାରତକୁ ୧୪ତମ ଓ ୧୫ତମ ମିନିଟରେ ଆଉ ଦୁଇଟି ପେନାଲିଟି କର୍ଣ୍ଣର ମିଳିଥିଲା। ଗୁରଜିତ ଓ ଜ୍ୟୋତି ଏହି ସୁଯୋଗକୁ ଗୋଲ୍ରେ ପରିଣତ କରିବା ସହ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଲିଡ୍କୁ ୫-୦ରେ ପହଞ୍ଚାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ରାଜୱିନ୍ଦର କୌର ୧୬ ତମ ମିନିଟ୍ରେ ଏକ ଗୋଲ୍ କରିଥିଲେ। ପରେ ୨୪ ତମ ମିନିଟରେ ଗୁରଜିତ ତୃତୀୟ ଗୋଲ୍ କରିଥିଲେ ଓ ୨୪ ତମ ମିନିଟରେ ଲିଲିମା ପେନାଲ୍ଟି କର୍ଣ୍ଣରର ଫାଇଦା ଉଠାଇ ଆଉଏକ ଗୋଲ୍ କରିଥିଲେ।
ଥାଇ ଟିମର ଡିଫେନ୍ସକୁ ପ୍ରତିହତ କରିବା ସହ ଭାରତୀୟ ଟିମ ମ୍ୟାଚର ୨୫ ତମ ମିନିଟରେ ଗୁରଜିତଙ୍କ ଦ୍ୱାରା ଆଉ ଏକ ପେନାଲିଟି କର୍ଣ୍ଣର ହାସଲ କରିଥିଲା। ଫଳରେ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ଭାରତର ସ୍କୋର ୯-୦ ରହିଥିଲା। ମ୍ୟାଚ୍ର ୩୬ ତମ ମିନିଟ୍ରେ ଫିଲ୍ଡ ଗୋଲ୍ ପରେ ଭାରତର ଗୋଲ୍ ସଂଖ୍ୟା ୧୦ରେ ପହଞ୍ଚିଥିଲା। ପରେ ନିୟମିତ ବ୍ୟବଧାନରେ ଭାରତ ଗୋଲ୍ କରିବା ଜାରି ରଖିବା ସହ ଚତୁର୍ଥ କ୍ବାର୍ଟର ଶେଷରେ ୧୩-୦ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ଟୋକିଓ ଅଲମ୍ପିକ୍ ପରେ ଭାରତୀୟ ମହିଳା ହକି ଟିମର ପ୍ରଥମ ମ୍ୟାଚ୍। କ୍ୟାପଟେନ ରାନୀ ରାମପାଲଙ୍କୁ ଏହି ଟୁର୍ଣ୍ଣାମେଣ୍ଟରୁ ବିଶ୍ରାମ ଦିଆଯାଇଥିବାବେଳେ ଗୋଲକିପର ସବିତା ପୁନିଆଙ୍କୁ କ୍ୟାପଟେନ ଭାରତ ମିଳିଛି।