ପୁଣି ଚର୍ଚ୍ଚାରେ ‘ସାର୍କ ଟ୍ୟାଙ୍କ’ ଫେମ୍ ଅଶନୀର ଗ୍ରୋଭର, ଫଟୋ ଟ୍ୱିଟ କରି ଟଙ୍କା ଚୋରି ଅଭିଯୋଗର ଦେଲେ ସଫେଇ

ମୁମ୍ବାଇ,ଏଜେନ୍ସି: ଗତ କିଛି ଦିନ ଚର୍ଚ୍ଚାରେ ରହିଛନ୍ତି ସୋନି ଟିଭିର ପପୁଲାର ଟିଭି ସୋ ସାର୍କ ଟ୍ୟାଙ୍କ ଫେମ୍ ତଥା ଭାରତ ପେ ର ପୂର୍ବତନ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର। ଅଶନୀରଙ୍କ ବିରୋଧରେ କମ୍ପାନୀରୁ ଟଙ୍କା ଚୋରୀ କରୁଥିବା ଓ ନିଜ ପରିବାର ଲୋକଙ୍କୁ କମ୍ପାନୀରେ ବଡ଼ ବଡ଼ ପଦବୀରେ ଚାକିରୀ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ତେବେ ଆଜି ଏଭଳି ଏକ ସଙ୍ଗୀନ ଅଭିଯୋଗର ସଫେଇ ଦେଇଛନ୍ତି ଅଶନୀର ଗ୍ରୋଭର।

ସୂଚନା ଅନୂସାରେ ଅଶନୀର କମ୍ପାନୀରୁ ଟଙ୍କା ଚୋରୀ କରି ୧୦ କୋଟି ଟଙ୍କା ଡାଇନିଂ ଟେବୁଲ କିଣିଥିବାର ଅଭିଯୋଗ କରିଥିଲା ଭାରତ ପେ। ଆଜି ଏହି ପ୍ରସଙ୍ଗରେ ଅଶନୀର ତାଙ୍କ ଡାଇନିଂ ଟେବୁଲର ଏକ ଫଟୋ ଟ୍ୱିଟ କରି ଲେଖିଛନ୍ତି ଯେ ଏହା କୌଣସି ରକେଟ୍ ନୁହେଁ ଯେ ଏହାର ମୂଲ୍ୟ ୧୦ କୋଟି ଟଙ୍କା ହେବ।

ଯଦି ଏଭଳି କିଛି ହୋଇଥାଏ ତେବେ ନିହାତି ଭାବରେ ମୁଁ ବିଶ୍ୱ ରେକର୍ଡ କରିବା କଥା ଯେ ବିଶ୍ୱର ସବୁଠାରୁ ଦାମୀ ଡାଇନିଂ ଟେବୁଲ ମୋ ପାଖରେ ରହିଛି।