ଭୁବନେଶ୍ୱର,ଏନ୍ଏନ୍ଏସ୍: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ହାଜର ହେବା ପରେ ପୁଣି କଡ଼ା ସୁରକ୍ଷା ମଧ୍ୟରେ ଜେଲକୁ ଫେରି ଯାଇଛନ୍ତି । ଅର୍ଚ୍ଚନାଙ୍କ ଜାମିନ ପାଇଁ ଆବେଦନ କରାଯାଇଛି ଏବଂ ଶୁଣାଣି ହୋଇନି ବୋଲି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି ।
ଅର୍ଚ୍ଚନା କୋର୍ଟକୁ ଯିବା ସମୟରେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇଥିଲେ । ମିଛ ଖବର ଦିଅନ୍ତିନୁ । କିଛି ପ୍ରମାଣ ନଥାଇ ଖବର ପ୍ରସାରଣ କରନ୍ତୁନି ବୋଲି ଅର୍ଚ୍ଚନା କହିଛନ୍ତି ।