ରଶ୍ମିକାଙ୍କ ସମର୍ଥନରେ ବିଜୟ

ମୁମ୍ବାଇ: ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ଏହା ବିରୋଧରେ ବିଗ ବି ଅମିତାଭ ବଚ୍ଚନଙ୍କ ସମେତ ଅନେକ ତାରକା ସ୍ୱର ଉତ୍ତୋଳନ କରିଥିଲେ । ଏହିକ୍ରମେ ଏବେ ରଶ୍ମିକାଙ୍କ ପୁରୁଷ ବନ୍ଧୁ ତଥା ଅଭିନେତା ବିଜୟ ଦେବରକୋଣ୍ଡା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ସରକାରଙ୍କ ପକ୍ଷରୁ ଉକ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ବିଜୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ଏହା ଭବିଷ୍ୟତ ପାଇଁ ଏକ ଜରୁରୀ ପଦକ୍ଷେପ । ଏମିତି ଆଉ କାହା ସହ ନହେଉ । ସାଇବର ୱିଙ୍ଗ ଜରିଆରେ ତୁରନ୍ତ ପଦକ୍ଷେପ ନିଆଯାଇ ସଜା ହେଲେ ଲୋକେ ସୁରକ୍ଷିତ ରହିପାରିବେ ।