ପୁଣି ସ୍ଥଗିତ ହେଲା ନାସାର ମୁନ୍ ମିଶନ

ୱାଶିଂଟନ,ଏଜେନ୍ସି: ଆଜି ପୁଣି ସ୍ଥଗିତ ରହିଲା ଆମେରିକାର ଚନ୍ଦ୍ର ମିଶନର ଉତକ୍ଷେପଣ । ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଆଜି ଏହାକୁ ଉତକ୍ଷେପଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ଆଜି ମଧ୍ୟ ଶେଷ ମୁହୂର୍ତ୍ତରେ କିଛି ବୈଷୟିକ ତ୍ରୁଟି ସମ୍ନାକୁ ଆସିବା ପରେ ଏହି ବହୁ ପ୍ରତୀକ୍ଷିତ ରକେଟ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ନାସା ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ସାମ୍ନାକୁ ଆସିବା ପରେ ଉତକ୍ଷେପଣକୁ ସ୍ଥଗିତ କରାଯାଇଛି । ମିଶନ ସ୍ଥଗିତ ହେବା ପରେ ବିଶେଷଜ୍ଞ ଟିମ ରକେଟର ସୂଚନା ଏକତ୍ରୀକରଣ କାର୍ଯ୍ୟ ଜାରି ରଖିଛନ୍ତି । ଚନ୍ଦ୍ରକୁ ଏହି ମାନବବିହୀନ ଉଡ଼ାଣ ମିଶନରେ ଅଂଶବିଶେଷ ଏହି କାର୍ଯ୍ୟକ୍ରମ ଜାରି ରଖଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା । ଏହି ଉତକ୍ଷେପଣ ଆମେରିକାର ଫ୍ଲୋରିଡା ସ୍ଥିତ ଜେ.ଏଫ କେନେଡି ସ୍ପେସ୍ ସେଣ୍ଟରରୁ ହେବାର ଥିଲା ।

ଆମେରିକାର ଆପୋଲୋ ୧୭ ମିଶନର ୫୦ ବର୍ଷ ପରେ ଏହି ମିଶନ ଆରମ୍ଭ କରିଛି ନାସା । ସମଗ୍ର ଆମେରିକାରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ସାରା ବିଶ୍ବର ମହାକାଶ ଗବେଷଣାରେ ଆଗୁଆ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନେ ମଧ୍ୟ ଏହି ମିଶନର ଫଳାଫଳ ଉପରେ ନଜର ରଖିଛନ୍ତି । ତେବେ ବାରମ୍ବାର ପ୍ରାୟସ ପରେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାର ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ପଡୁଛି । ୩୨୨ ଫୁଟ (୯୮ ମିଟର) ସ୍ପେସ୍ ଲଞ୍ଚ ସିଷ୍ଟମ୍(ଏସ୍‌ଏଲ୍‌ଏସ୍‌) ରକେଟ୍ ହେଉଛି ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ନାସାର ‘ଆପୋଲୋ’ ମିଶନର ପ୍ରାୟ ୫୦ ବର୍ଷ ପରେ ଏହି ମିଶନ ଆରମ୍ଭ କରାଯାଇଥିଲା ।