ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ମୋଦୀଙ୍କୁ ଭେଟିବା ପରେ ନବୀନ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି ଯେ, ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟର ଟ୍ରାଫିକ ଅଧିକ ହୋଇଗଲାଣି । ସେଥିପାଇଁ ଶ୍ରୀ ଜଗନ୍ନାଥ ଏୟାରପୋର୍ଟ ପାଇଁ କହିଛି । ଏୟାରପୋର୍ଟ ପାଚେରୀ ପାଇଁ ଚିହ୍ନଟ କାର୍ଯ୍ୟ ସରିଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ସହଯୋଗ କରିବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି ।