ଜମ୍ମୁ ପହଞ୍ଚିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ତାଲିବାନ ଚଳିତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତରେ ଲଗାତାର ଭାବେ ଆତଙ୍କବାଦ ଗତିବିଧି ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀର ବ୍ୟତୀତ କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁ ଭଳି ଦକ୍ଷିଣୀ ରାଜ୍ୟରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଆତଙ୍କବାଦ ଇନପୁଟ ପ୍ରାପ୍ତ କରିଛନ୍ତି। ଗୋଟିଏ ପଟେ ଜମ୍ମୁ-କଶ୍ମୀରର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଥିବା ବେଳେ ଅନ୍ୟପଟେ ସୁରକ୍ଷା ସ୍ଥିତିକୁ ପରଖିବା ପାଇଁ ସେନା ମୁଖ୍ୟ ଏମଏମ ନରବାଣେ କଶ୍ମୀର ପହଂଚିଛନ୍ତି।

ଏହି ପରିପ୍ରେକ୍ଷୀରେ ନରବାଣେ ପୁଞ୍ଚ ଜିଲ୍ଲାର ଏଲଓସିସ୍ଥିତ ଅଗ୍ରଗାମୀ କ୍ଷେତ୍ର ପରିଦର୍ଶନ କରି ଯବାନଙ୍କୁ ଭେଟିଛନ୍ତି। ଏହି ସମୟରେ ଅଧିକାରୀ ନରବାଣେଙ୍କୁ ସୁରକ୍ଷା ସ୍ଥିତି ଓ କାଉଣ୍ଟର ଟେରର ଅପରେସନ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଜମ୍ମୁର ରୋଜାରୀରେ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଥିବା ଅପରେସନକୁ ଆଜି ୯ ଦିନ ହୋଇଛି। ଏହି ଅପରେସନକୁ ସଫଳ କରିବା ପାଇଁ ଜମ୍ମୁରୁ ସୁରକ୍ଷାବଳକୁ ପୁଞ୍ଚ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଅପରେସନରେ ୨ଜେସୀବୀ ସମେତ ଭାରତୀୟ ସେନାର ନୌଯବାନ ଦେଶ ପାଇଁ ସର୍ବୋଚ୍ଚ ବଳି ଦେଇଛନ୍ତି।