ଉତ୍ତରାଖଣ୍ଡରେ ଲଗାଣ ବର୍ଷା: ୧୬ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ୩ ଦିନ ହେବ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ସ୍ଥିତି ଶୋଚନୀୟ ହେବାରେ ଲାଗିଛି। ସଡ଼କରେ ପାଣି ଜମା ହୋଇ ରହିଥିବାବେଳେ ପୋଲ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକ ଚିନ୍ତାରେ ରହିଥିବାବେଳେ ଅନେକ ଜାଗାରେ ପର୍ଯ୍ୟଟକ ମଧ୍ୟ ଫସି ରହିଛନ୍ତି। ରିପୋର୍ଟ ମୁତାବକ, ନେପାଳର ୩ଜଣ ଶ୍ରମିକଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ଘଟଣା ସମ୍ବନ୍ଧରେ ପଚାରି ବୁଝିଛନ୍ତି।