- ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସାମରିକ ଶକ୍ତି ବଢ଼ାଇବା ପାଇଁ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି। ଏଥିପାଇଁ କେତେବେଲେ ଫାଇଟର ଜେଟ୍ କିଣୁଛନ୍ତି ତ ଆଉ କେତେବେଳ ଲଢ଼ୁଆ ବୁଡ଼ା ଜାହାଜ କିଣୁଛନ୍ତି। ଏବେ ଏଦିଗରେ ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାର ସ୍ଥଳ ସେନାର ଶକ୍ତି ବଢ଼ାଇବା ପାଇଁ ନୂଆ ୧୧୮ ଲଢ଼ୁଆ ଟ୍ୟାଙ୍କ ଅର୍ଜୁନ ଏକେ-୧ଏ କିଣିବାକୁ ଯାଉଛନ୍ତି।
- ଏନେଇ କେନ୍ଦ୍ର ସରକାର ୭,୫୨୩ କୋଟି ଟଙ୍କାରେ ୧୧୮ ଅର୍ଜୁନ ଏକେ-୧ଏ ଲଢ଼ୁଆ ଟ୍ୟାଙ୍କ କିଣିବାକୁ ହୋଇଥିବା ଚୁକ୍ତିକୁ ଫାଇନାଲ କରିଛନ୍ତି। ଫଳରେ ଚେନ୍ନାଇରେ ଥିବା ଏକ ଫ୍ୟାକ୍ଟ୍ରିକୁ ଏହି ଅର୍ଡର ଦିଆଯାଇଛି। ଏହି ଏମବିଟି ଏମକେ -୧ଏ ଟ୍ୟାଙ୍କରେ ୭୨ ନୂଆ ବିଶେଷତ୍ୱ ରହିଛି। ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେବ। ସେପ୍ଟେମ୍ବର ୨୩ ତାରିଖରେ ଯୁଦ୍ଧା ଟ୍ୟାଙ୍କ୍ ଦେବାକୁ ଅର୍ଡର ଦିଆଯାଇଛି।
- ଅର୍ଜୁନ ଟ୍ୟାଙ୍କର ବିଶେଷତ୍ୱ:
- ଏହି ଟ୍ୟାଙ୍କରେ ପୂର୍ବ ଅପେକ୍ଷା ଫାୟର ପାୱାରକୁ ଆହୁରି ବଢ଼ାଇ ଦିଆଯାଇଛି। ନୂଆ ଟେକ୍ନିକରେ ଟ୍ରାନ୍ସମିଶନ ସିଷ୍ଟମ ଲଗାଯାଇଥିବାବେଳେ ଏହି ଟ୍ୟାଙ୍କ ନିଜ ଲକ୍ଷ୍ୟ ନିଜେ ଖୋଜିପାରିବ। ଏଥିରେ କମାଣ୍ଡରଙ୍କ ସହିତ ଗନର ଲୋଡର ଓ ଚାଳକ ରହିପାରିବେ। ଏହି ଟ୍ୟାଙ୍କ ଯୁଦ୍ଧ କ୍ଷେତ୍ରରେ ବିଛାଯାଇିଥିବା ମାଇନ୍ସକୁ ବି ସଫା କରିପାରିବାର କ୍ଷମତା ରଖିବା ସହିତ କେମିକାଲ ଆକ୍ରମଣରୁ ମଧ୍ୟ ସୁରକ୍ଷା ଦେଇପାରିବ।