ଭଦ୍ରକ,ଏନ୍ଏନ୍ଏସ୍: ୟୁକ୍ରେନ୍ ଓ ଋଷ୍ ମଧ୍ୟରେ ଚାଲିଥିବା ଭୟାଭୟ ଯୁଦ୍ଧରେ ଏବେ ଫସିଛନ୍ତି ଓଡ଼ିଶାର ବହୁ ଡ଼ାକ୍ତରୀ ଛାତ୍ରଛାତ୍ରୀ। ନିଜ ନିଜର ରୁମ୍ ଛାଡ଼ି ବଙ୍କର ରେ ରହୁଥିବା ବେଳେ କେତେବେଳେ ଲାଇନ୍ ନାହିଁ ତ ଆଉ କେତେବେଳେ ଇଣ୍ଟରନେଟ୍ ନାହିଁ।
ପ୍ରତି ସେକେଣ୍ଡରେ ଝିଅ ବାବଦରେ ନଜାଣି ପାରି ଏବେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ପରିବାର ଲୋକ। ଗତ ଡିସେମ୍ବର ମାସ ୫ ତାରିଖରେ ଖାର୍କିଭ ନେସନାଲ ମେଡିକାଲ ୟୁନିଭରସିଟିରେ ଡ଼ାକ୍ତରୀ ପଢିବା ପାଇଁ ଯାଇଥିଲେ ଭଦ୍ରକ ଜିଲ୍ଲାର ଛାତ୍ରୀ ଅର୍ଚ୍ଚନା।
ବର୍ତ୍ତମାନ ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୫ ଦିନ ହେବ ୯ ମହଲା ହଷ୍ଟେଲ ଛାଡି ପ୍ରାୟ ୨୦୦ ପିଲା ବଙ୍କରରେ ରହୁଛନ୍ତି। ତେବେ ଏହାରି ଭିତରେ ୟୁକ୍ରେନରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି ଓଡିଶା ସରକାରଙ୍କ ସହାୟତା।
ଫଳରେ ସୁରୁକ୍ଷୁରୁ ରେ ଓଡ଼ିଶରେ ଆସି ପହଂଚିଛନ୍ତି ଛାତ୍ରଛାତ୍ରୀ। ପରିବାର ଲୋକେ ବହୁ ଚିନ୍ତାରେ ପଡ଼ିଯାଇଥିବା ବେଳେ ଏବେ ଆଶ୍ୱସ୍ଥି ଅନୁଭବ କରୁଛନ୍ତି। ତେବେ ଏସବୁ ଭିତରେ ସେମାନଙ୍କ ଖାଇବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ରିଲିଫ୍ ପହଞ୍ଚିଛି।