ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସିଆରପି ଛକ ନିକଟ ନୀଳକଣ୍ଠ ନଗରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।
ଏହି ଘଟଣାରେ ଜଣେ ଯୁବକ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁଚନା ଅନୁସାରେ ଆଜି ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରିନ୍ତ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ।
ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ପହଂଚିଲା ବେଳକୁ ବହୁ ଡ଼େରି ହୋଇଯିବା କାରଣରୁ ଯୁବକ ଜଣଙ୍କ ଗୁରୁତର ଆହାତ ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି।