ମୋଦୀଙ୍କୁ ଭେଟିଲେ ଏପ୍ପଲ ସିଇଓ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଏପ୍ପଲ ସିଇଓ ଟିମ କୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଭାରତ ଗସ୍ତ ସମୟରେ ତାଙ୍କର ଜବରଦସ୍ତ ସ୍ୱାଗତ କରାଯାଇଥିବାରୁ ମୋଦୀଙ୍କୁ କୁକ୍ ଧନ୍ୟବାଦ ଜଣାଇଛନ୍ତି । ଏପ୍ପଲ ସମଗ୍ର ଭାରତରେ ବିସ୍ତାର ସହ ନିବେଶ କରିବା ଲାଗି ପ୍ରତିବଦ୍ଧ ଥିବା ନେଇ ମୋଦୀଙ୍କୁ କୁକ୍ କହିଛନ୍ତି ।