ଷ୍ଟାଲିନଙ୍କୁ ଫୋନ୍ କଲେ ମମତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନେକ ନେତା ବିପକ୍ଷ ଏକଜୁଟତା ନେଇ ଚେଷ୍ଟା ଚଲାଇଛନ୍ତି । ଇତିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗଫୋନ୍ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମମତା ତାମିଲନାଡ଼ୁ ବିଧାନସଭାରେ ପାରିତ ହୋଇଥିବା ବିଧେୟକକୁ ସମର୍ଥନ କରିଛନ୍ତି ଯେଉଁଥିରେ କୌଣସି ପ୍ରସ୍ତାବକୁ ମଞ୍ଜୁରୀ ଦେବା ପାଇଁ ରାଜ୍ୟପାଳଙ୍କ ଲାଗି ଏକ ସମୟସୀମା ଧାର୍ଯ୍ୟ କରିବା କଥା କୁହାଯାଇଛି ।

ସୂଚନାଯୋଗ୍ୟ, ମମତା ବନାର୍ଜୀ ଫୋନରେ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ ଡକାଇ ଆଗାମୀ ଯୋଜନା ସମ୍ବନ୍ଧରେ ଚର୍ଚ୍ଚା କରିବା କଥା କହିଛନ୍ତି । ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଷ୍ଟାଲିନ, ନୀତିଶ କୁମାର ଓ ଉଦ୍ଧବ ଠାକରେଙ୍କ ସମେତ ଅନେକ ପାର୍ଟି ବିପକ୍ଷ ଦଳର ବୈଠକ ସମ୍ବନ୍ଧରେ କଥା ହୋଇଥିଲେ ।