ଘୁନସର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁରାଧା

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଘୁନସର ପଞ୍ଚାୟତରେ ଆଜି ନବ ନିର୍ବାଚିତ ସରପଞ୍ଚ ଅନୁରାଧା ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ସରପଞ୍ଚ ଦ୍ରୌପଦୀ ବେହେରା ୫ ବର୍ଷର ଖର୍ଚ୍ଚ ଉପରେ ବିବରଣୀ ପ୍ରଦାନ କରି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ସେଠଙ୍କୁ ପଞ୍ଚାୟତରେ କାର୍ଯ୍ୟଭାର ଦେଇଥିଲେ।

କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ, ନାଏବ ସରପଞ୍ଚ ଦେବରାଜ ପ୍ରଧାନ, ଯୋଗାଣ ସହାୟକ ଚନ୍ଦ୍ରଭାନୁ ନାଏକ ସମେତ ପଞ୍ଚାୟତର ନବ ନିର୍ବାଚିତ ୱାର୍ଡ଼ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ପଞ୍ଚାୟତର ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ଶପଥ ପାଠ ମଧ୍ୟ କରାଯାଇଥିଲା।