ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଝାରସୁଗୁଡା, ଏନ୍ଏନ୍ଏସ୍: ଏକ ହତ୍ୟାକାଣ୍ଡ ଅଭିଯୋଗରେ  ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ଜାମିନରେ ବାହାରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ ଅନୁପଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ସ୍ୱାସ୍ଥାବସ୍ଥା ଗୁରୁତର ଥିବାରୁ ୨ ମାସ ପାଇଁ ଅନୁପଙ୍କୁ ଅନ୍ତରୀଣ ଜାମିନ ମିଳିଛି।

ପ୍ରକାଶ ଥାଉକି, ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଛତିଶଗଡ଼ ପୁଲିସ ମୃତଦେହ ଜବତ କରି ତଦନ୍ତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୁଲିସ। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୁଲିସ ଅନୁପ ସାଏଙ୍କୁ ଗିରଫ କରିଥିଲା ।