କଟକ,ଏନ୍ଏନ୍ଏସ୍: ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କରାଯାଇଛି। ଏହି ଉପଲକ୍ଷେ ଦିନ ୧୧ ଘଟିକା ସମୟରେ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅଧିକାରୀ/କର୍ମଚାରୀମାନେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଦେଶର ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖି ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବା ସହ ମାନବଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ସହ ସଂଗ୍ରାମ କରିବାକୁ ଶପଥ ନେଇଥିଲେ।
ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଉପସ୍ଥିତ ରହି ସମସ୍ତ କର୍ମଚାରୀ/ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡ୍କ୍ୱାର୍ଟର) ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ୱାଇ କେ ଜେଠୱା, ଆଇଜି (ପର୍ସୋନେଲ୍) ପ୍ରବୀଣ କୁମାର, ଆଇଜି (ପ୍ରୋଭିଜନିଂ) ଯତିନ୍ଦ୍ର କୋଏଲ, ଆଇଜି (କ୍ରାଇମ୍ ବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, ଏଆଇଜି (ହେଡ୍କ୍ୱାର୍ଟର) ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ସୁବେଦାର ଅଶୋକ କୁମାର ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।