ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଭିଜିଲାନ୍ସ ୟୁନିଟ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡା ଦୁର୍ନୀତି ନିବାରଣ ବିଭାଗର ଡିଏସପି ଓ କର୍ମଚାରୀମାନେ ଉପସ୍ଥିତ ରହି ବେହେରାମଲାରୁ ଝାରସୁଗୁଡା ବସଷ୍ଟାଣ୍ଡ ଯାଏଁ ଏକ ସଚେତନ ଶୋଭାଯାତ୍ରା କରିଛନ୍ତି। ଯେକୌଣସି କାର୍ଯ୍ୟ ହେଲେ ମଧ୍ୟ କେହି କାହାକୁ ଲାଞ୍ଚ ନଦେଇ ଦୁର୍ନୀତିର ମୂଳପୋଛ କରିବା ପାଇଁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି।

ଲୋକେ ସଚେତନ ହେଲେ ସମାଜରୁ ଦୁର୍ନୀତିର ମୂଳପୋଛ ହୋଇପାରିବ। ତେଣୁ ଜନସାଧାରଣ ଦୁର୍ନୀତିର ମୂଳପୋଛ କରିବାରେ ସହଯୋଗର ହାତ ବଢ଼ାନ୍ତୁ। କାହାରିକୁ ଲାଞ୍ଚ ଦିଅନ୍ତୁ ନାହିଁ। କୌଣସି ଅଧିକାରୀ ଲାଞ୍ଚ ମାଗୁଥିଲେ ତୁରନ୍ତ ଭିଜିଲାନ୍ସ ବିଭାଗକୁ ଖବର ଦିଅନ୍ତୁ ବୋଲି ଲୋକଙ୍କୁ ସଚେତନ କରାଯାଇଛି। ଆଜି ଅନୁଷ୍ଠିତ ହୋଇଥିବା ଶୋଭାଯାତ୍ରାରେ ନେହେରୁ ଯୁବକ ସଂଘର ସଦସ୍ୟମାନେ ଯୋଗଦେଇଥିଲେ।