ନୂଆଦିଲ୍ଲୀ,ଏଜେନ୍ସି: କରୋନା ଟିକାକରଣ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା। ଗତକାଲି ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୧୫୦ କୋଟିକୁ ଛୁଇଁଛି। ଦେଶରେ ଟୀକକରଣ ପାଇଁ ଚାଲିଛି ସ୍ବତନ୍ତ୍ର ଅଭିଯାନ। ଏହି ଅବସରରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। କରୋନା ଟିକାକରଣରେ ଲୋକଙ୍କ ନିରନ୍ତର ସହଯୋଗ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।
ଭାରତ ଆଜି ଟିକାକରଣରେ ବିଶ୍ବ ଲିଡର ଭାବରେ ପ୍ରତିପାଦିତ କରୁଛି ବୋଲି କହିଛନ୍ତି। ସେପଟେ ବର୍ତ୍ତମାନ କିଶୋରୀଙ୍କ ଟିକାକରଣ ଚାଲିଛି। ଜାନୁଆରୀ ୩ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ରୁ ୧୮ ବର୍ଷର କିଶୋରୀଙ୍କୁ ୧.୫ କୋଟି ଡୋଜ ଦିଆଯାଇଛି। ଏହି ଅବସରରେ ପ୍ରଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି।
