ଦକ୍ଷିଣ ଚୀନର କାଫେଟେରିଆରେ ବିସ୍ଫୋରଣ: ୧୬ ମୃତ ଓ ୧୦ ଆହତ

ବେଜିଂ,ଏଜେନ୍ସି: ଦକ୍ଷିଣ ଚୀନର ଏକ କାଫେଟେରିଆରେ ମଧ୍ୟାହ୍ନ ଭୋଜନ ସମୟରେ ବିସ୍ଫୋରଣ ଘଟିଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ବିସ୍ଫୋରଣ ନେଇ ଚୋଙ୍ଗକ୍ବିଙ୍ଗ୍‌ ସହରର ସରକାର ଅନ୍‌ଲାଇନ୍‌ ବୟାନ୍‌ରେ କହିଛନ୍ତି ଯେ, ଗ୍ୟାସ୍‌ ନିର୍ଗତ କାରଣରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ହେବା ଫଳରେ କାଫେଟେରିଆ ଭୁଶୁଡ଼ିଯାଇଥିଲା। ଭିତରେ ଥିବା ଲୋକେ ଚାପି ହୋଇଯାଇଥିଲେ। ସୂଚନା ମିଳିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିନ ୧୨ଟା ୧୦ରେ ଏହି ବିସ୍ଫୋରଣ ଉଲଙ୍ଗ ଜିଲ୍ଲାରେ ହୋଇଥିଲା, ଯାହାକି ଚୋଙ୍ଗକ୍ବିଙ୍ଗ୍‌ ସହର କେନ୍ଦ୍ର ଠାରୁ ୧୨୦ କିଲୋମିଟର ଦୂରରେ ଅବସ୍ଥିତି।