ଖୋର୍ଦ୍ଧା,ଏନ୍ଏନ୍ଏସ୍: ଆଜି କରୋନାରେ ଆଉ ଜଣେ ପୁଲିସ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ଫାଣ୍ଡିର ଜଣେ ପୁଲିସ ଅଧିକାରୀ ମୁରଲୀଧର ବଳିଆରସିଂ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱର୍ଗତ ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ତେବେ ସେ କରୋନା ପଜିଟିଭ ଚିହ୍ନଟ ହୋଇ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।