ଅହମଦାବାଦ,ଏଜେନ୍ସି : ଗୁଜରାଟରେ ପୁଣି ସୋମବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାପଡିଛି। ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ଏହା ଦ୍ୱିତୀୟ ଭୂକମ୍ପ। ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। କଚ୍ଚ ଠାରୁ ୧୫ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି। ଭୂକମ୍ପ ପରେ କଚ୍ଚ ଏବଂ ଏହାର ପାଖାପାଖି ସହରରେ କେତେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ରବିବାର ରାତି ୮:୧୮ ରେ ମଧ୍ୟ ଗୁଜରାଟର ରାଜକୋଟରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା।