୨୯ ସିଆରପିଏଫ୍ ଯବାନଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଯବାନମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସିଆରପିଏଫର ପୁଣି ୨୯ ଯବାନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହି ଯବାନମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବାରୁ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା, ତେବେ ରିପୋର୍ଟରେ ପଜିଟିଭ୍ ଆସିଛି। ଏହି ୨୯ ଜଣଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ସିଆରପିଏଫରେ ମୋଟ ୬୨୦ ଯବାନ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ୟରୁ ୪୨୭ ଜଣ ସୁସ୍ଥ ହୋଇଥିବା ବେଳେ ୧୮୯ ଜଣ ଚିକିତ୍ସାଧୀନ ରହିଛନ୍ତି।