କଟକ,ଏନ୍ଏନ୍ଏସ୍: ଘରୋଇ ଲ୍ୟାବ୍ରେ ଲିଙ୍ଗ ନିରୁପଣ ଘଟଣାରେ ରାଜ୍ୟ ବାହାରେ ଲିଙ୍କ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ମଙ୍ଗଳାବାଗ୍ ଥାନା ପୁଲିସ ଆଉ ଜଣଙ୍କୁ ଗିରଫ କରିଛି ଏହି ଘଟଣାରେ।
ଉକ୍ତ ବ୍ୟକ୍ତି ଜଣଙ୍କ ରାଞ୍ଚିରୁ ମେସିନ୍ ଆଣି କଟକରେ ରହି ଦୀର୍ଘ ଦିନ ଧରି ଏହି କାର୍ଯ୍ୟ କରୁଥିଲେ। ବିନା କାଗଜ ପତ୍ରରେ ରାଜ୍ୟ ବାହାରୁ ଆସିଥିଲା ଅଲଟ୍ରା ସାଉଣ୍ଡ ମେସିନ୍।
ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୫କୁ ବୃଦ୍ଧି ପାଉଛି। ଏନେଇ ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି। ଏହି ଘଟଣାରେ ଆହୁରୀ ମଧ୍ୟ ବ୍ୟକ୍ତି ଥିବା ସାମ୍ନାକୁ ଆସିଛି। ଯାହାକୁ ଧରିବାକୁ ପୋଲିସ୍ ପକ୍ଷରୁ ଚଢାଉ ଜାରି ରହିଛି।