ଡେଙ୍ଗ ସ୍କୁଲରେ ବାର୍ଷିକ ଉତ୍ସବ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ, ଥାନାଧିକାରୀ ଅବନି ସାହୁ, ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, କନ୍ୟାଶ୍ରମ ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତା, ସରକାରୀ ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ଗହୀର ଓ ସୁହାସିନି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ବିଷୟଗତ ଓ ଅଣବିଷୟଗତ ଦିଗ ପ୍ରତି ଦୃଷ୍ଟି ଦେଲେ ଅନୁଷ୍ଠାନଟି ଆଗକୁ ପୁଣି ନୂତନ କୀର୍ତ୍ତି ସୃଷ୍ଟି କରିବ ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଶିକ୍ଷୟତ୍ରୀ ରେଣୁକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଲିଙ୍ଗରାଜ ନନ୍ଦ ବିବରଣୀ ପାଠ କରିଥିଲେ । କୃପାସିନ୍ଧୁ ମିଶ୍ର, ସମୀର ସେଠି, ଦୀପକ ସେନ ଧରୁଆ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ, ଯଶୋବନ୍ତି ସୁନା, କପିଳେଶ୍ୱର ଭୋଇ, ମୋତିଲାଲ ବକୁଳ, ବିଘ୍ନ ରଣା ପ୍ରମୁଖ ସହଯୋଗ କରିଥିବାବେଳେ ଗାୟତ୍ରୀ ବାରିକ ଓ ଯଶୋବନ୍ତି ସୁନାଙ୍କ ତତ୍ତ୍ୱାବଧାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୁଦର୍ଶନ ଦାଶ ପରିଚାଳନା କରିଥିବାବେଳେ ଶିକ୍ଷକ ରାମ ନାରାୟଣ ଦାଶ ଧନ୍ୟବାଦ ଦେଇଥିଲେ ।