ଦ୍ୱିତୀୟ ଦିନରେ ଏନସିବି ଅଫିସ ପହଂଚିଲେ ଅନନ୍ୟା

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ଦ୍ୱିତୀୟ ଦିନରେ ଏନସିବି ଅଫିସ ପହଂଚିଛନ୍ତି। ଅନନ୍ୟାକୁ ୧୧ଟା ବେଳେ ଏନସିବି ଅଫିସରେ ପହଂଚିବାକୁ କୁହାଯାଇ ଥିବାବେଳେ ସେ ପାଖାପାଖି ସାଢ଼େ ୩ ଘଣ୍ଟା ବିଳମ୍ବରେ ପହଂଚିଛନ୍ତି। ଆଜି ମଧ୍ୟ ଝିଅ ଅନନ୍ୟା ସହ ବାପା ଚଙ୍କି ପାଣ୍ଡେ ଏନସିବି ଅଫିସରେ ପହଂଚିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆର୍ୟ୍ୟନ ଖାନ୍ ଓ ଅନନ୍ୟାଙ୍କ ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଅନନ୍ୟାଙ୍କୁ ସମନ କରାଯାଇଥିଲା। ଉକ୍ତ ଚାଟ୍ରେ ଆର୍ୟ୍ୟନ୍ ଗଞ୍ଜେଇ ଯୋଗଡ଼ା କରିବା ସମ୍ପର୍କରେ ଅନନ୍ୟାଙ୍କୁ ପଚାରିଥିଲେ। ଆଉ ଅନନ୍ୟା ଯୋଗାଡ଼ କରିଦେବେ ବୋଲି କହିଥିଲେ। କିନ୍ତୁ ଏନସିବି ଏହି ଚାଟକୁ ଦେଖାଇବା ସମୟରେ ଅନନ୍ୟା ଏହା ଏକ ମଜାକ ଥିଲା ବୋଲି କହିଥିଲେ। ଏଥିସହିତ ଡ୍ରଗ୍ସ ସେବନ ଓ ଯୋଗାଣ କରିବା କଥାକୁ ଅନନ୍ୟା ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି।