ଆହୁରି ୮ମାସ ଚାଲିବ କୃଷକଙ୍କ ଆନ୍ଦୋଳନ : ରାକେଶ ଟିକାୟତ

ନୂଆଦିଲ୍ଲୀ, ଏଜେନ୍ସି: ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଅଡ଼ି ବସିଥିବା କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ ଆହୁରି ୮ମାସ ଧରି ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ ଗୁରୁବାର କହିଛନ୍ତି। ସେ କହିଛନ୍ତି, ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହିଭଳି ଆନ୍ଦୋଳନ ଜାରି ରହିବ। ଏବେ କୃଷକମାନେ ଗହମ ଉତ୍ପାଦନରେ ଲାଗିଥିବାରୁ ମେ’ ୧୦ପରେ ଆନ୍ଦୋଳନ ଜୋର ଧରିବ। ଉଲ୍ଲେଖଯୋଗ୍ୟ, ଗତ ଚାରିମାସ ଧରି କୃଷକମାନେ ଦିଲ୍ଲୀ ସୀମାରେ ଧାରଣାରେ ବସି ରହିଛନ୍ତି। ସରକାରଙ୍କ ସହ କୃଷକ ନେତାଙ୍କ ବାରମ୍ବାର ଆଲୋଚନା ସତ୍ତେ୍ୱ ଏହି ବିବାଦର ସମାଧାନ ହୋଇପାରୁନାହିଁ।