କ୍ୟାନ୍ସର ପୀଡ଼ିତଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗ୍ରାମର କ୍ୟାନ୍ସରରେ ଆକ୍ରାନ୍ତ ଥିବା ସୀମାଞ୍ଚଳ ସାହୁ(୫୨) ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି । ଦୀର୍ଘ ୨ବର୍ଷ ଧରି କ୍ୟାନ୍ସର ରୋଗରେ ପୀଡ଼ିିତ ଥିବା ସୀମାଞ୍ଚଳଙ୍କ ପରିବାର କହିଲେ ୩ଝିଅ ଓ ସ୍ତ୍ରୀ ମିନତୀ । ଚିକିତ୍ସା ପାଇଁ ବାରମ୍ବାର କଟକ ଓ ବିଶାଖାପାଟଣା ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି । ସର୍ବସ୍ୱ ହରେଇ ଆଜି ନିଜ ସ୍ତ୍ରୀ ନାମରେ ଥିବା ଏକ ଜାଗାକୁ ବିକ୍ରିର ଅନୁମତି ପାଇଁ ଆବେଦନ କରିଛନ୍ତି । ଏହା ଶୁଣି ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା ସେମାନଙ୍କୁ ସହଯୋଗ କରବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଶ୍ରୀ ପଣ୍ଡା ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କୁ ଭେଟି ସୀମାଞ୍ଚଳଙ୍କୁ ସାହାଯ୍ୟ କରିବା ପାଇଁ ଗୁହାରି କରିଛନ୍ତି । ଜିଲ୍ଲାପାଳ ଡା. ମିଶ୍ର ଏହାର ସଂଜ୍ଞାନ ନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କ୍ୟାନ୍ସର ଭଳି ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ସେ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।