ଶୀତକାଳୀନ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟ ହୋଇଥିବାରୁ ଏଥର କିପରି ଶୀତ ଅଧିବେଶନ ପରିଚାଳନା ହେବ, ସେନେଇ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଏହି ସର୍ବଦଳୀୟ ବୈଠକ ବସିବ। ତେବେ ଏଥିରେ ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିିଁ ସେ ନେଇ ଆଲୋଚନା ହେବ। ଏଥିରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବାଚସ୍ପତି। ଆସନ୍ତା ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ।