ଦିଲ୍ଲୀର ନଗର ନିଗମ ସ୍କୁଲରେ ଗ୍ୟାସ ଲିକେଜ ପହଞ୍ଚିବାରୁ ୨୩ ଶିଶୁ ଅସୁସ୍ଥ

ନୂଆଦିଲ୍ଲୀ: ଦିଲ୍ଲୀର ନାରାୟଣାରେ ରେଳ ଲାଇନ ନିକଟସ୍ଥ ଏକ ନଗର ନିଗମ ସ୍କୁଲ ପର୍ଯ୍ୟନ୍ତ ଗ୍ୟାସ ଲିକେଜ ପହଞ୍ଚିବା ଫଳରେ ୨୩ ଜଣ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୮ ଜଣ ପିଲାଙ୍କୁ ଆଚାର୍ଯ୍ୟ ଭିକ୍ଷୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ପିଲାଙ୍କ ସ୍ଥିତି ଏବେ ସ୍ଥିର ରହିଛି । ଅନ୍ୟପଟେ ୧୫ଜଣ ପିଲାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨ଜଣଙ୍କୁ ଅକ୍ସିଜେନରେ ରଖାଯାଇଛି । ଏନେଇ ଏମସିଡି ମେୟର ଶେଲୀ ଓବରୟ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।