ଛତିଶଗଡ଼ରେ ପହଞ୍ଚିଲେ ଅମିତ ଶାହା, ସହିଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ରାୟପୁର,ଏଜେନ୍ସି: ସୁକମା-ବିଜାପୁର ଅଞ୍ଚଳରେ ଗତକାଲି ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ଼ର ସୁକମା-ବିଜାପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହିତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ଶାହା। ସେହିପରି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଅମିତ ଶାହାଙ୍କ ସହ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେଠାରୁ ଶ୍ରୀ ଶାହା ସୁକୁମା-ବିଜାପୁର ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଏହାପରେ ହସ୍ପିଟାଲ ଯାଇ ଆହତ ଯବାନମାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।