ଭୂମି ପେଡନେକର କରୋନା ପଜିଟିଭ

ମୁମ୍ବାଇ,ଏଜେନ୍ସି: ଜଣଙ୍କ ପରେ ଜଣେ ଫିଲ୍ମ କଳାକାର କରୋନା ସଂକ୍ରମିତ ହେଉଛନ୍ତି। ଅକ୍ଷୟ କୁମାର, ଗୋବିନ୍ଦାଙ୍କ ପରେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଭୂମି ନିଜେ ଇନଷ୍ଟାଗ୍ରାମରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ପୋଷ୍ଟ କରି ସୂଚନା ଦେଇଛନ୍ତି।

ଭୂମି କହିଛନ୍ତି କି ସମସ୍ତ ସତର୍କତା ଅବଲମ୍ବନ କଲା ପରେବି କରୋନା ସଂକ୍ରମିତ ହୋଇଛି। ବର୍ତ୍ତମାନ ସେ ଡାକ୍ତରଙ୍କ ପରାମର୍ଶ ସହିତ ଘରେ ଅଇସୋଲେସନରେ ରହିଛନ୍ତି। ଏଥିସହିତ ସେ କହିଛନ୍ତି କି ମୁଁ ଠିକ୍ ଅଛି କିନ୍ତୁ କରୋନାର ସାମାନ୍ୟ ପ୍ରଭାବ ଦେଖାଦେଇଛି। ସେହିପରି ଗତ କିଛି ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜର କୋଭିଡ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।