ରୁଷିଆ ଆକ୍ରମଣର ୬୦ ଦିନ ପରେ ପ୍ରଥମ ଥର ୟୁକ୍ରେନ୍ ପହଞ୍ଚିଲେ ଆମେରିକା ବିଦେଶ ମନ୍ତ୍ରୀ

କିଭ୍,ଏଜେନ୍ସି: ୟୁକ୍ରେନ୍ ଉପରେ ରୁଷିଆର ସେନା କାର୍ଯ୍ୟାନୁଷ୍ଠାନକୁ ୨ ମାସ ପୂରିଛି । ଦୁଇ ମାସ ପରେ ପ୍ରଥମ ଥର ଆମେରିକା ତରଫରୁ ଶୀର୍ଷସ୍ତରର କୁଟନୈତିଜ୍ଞ ୟୁକ୍ରେନ୍ ପହଞ୍ଚିଛନ୍ତି । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ଓ ପ୍ରତିରକ୍ଷା ମନ୍ତ୍ରୀ ଲର୍ଡ ଆଷ୍ଟିନ-୩ କିଭ୍ରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସ୍କେିଙ୍କୁ ଭେଟିଛନ୍ତି । ଆମେରିକାର ୨ ଜଣ ଶ୍ରେଷ୍ଠ କୁଟନୈତିଜ୍ଞଙ୍କ ଯାତ୍ରା ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଭେଟ କ’ଣ ପ୍ରଭାବ ପଡ଼ିବ ତାହା ସମୟ କହିବ । କିନ୍ତୁ ଏହି ସାକ୍ଷାତକାରକୁ ନେଇ ବୁଦ୍ଧିଜୀବୀ ମହଲରେ ଅନେକ ଚର୍ଚ୍ଚା ହେଉଛି । ତେବେ ଏହି ସାକ୍ଷାତ ମାଧ୍ୟମରେ ଆମେରିକା ବିଶ୍ୱବାସୀଙ୍କୁ କହିବାକୁ ଚାହୁଁଛି ଯେ, ସେ ୟୁକ୍ରେନ୍ ସହିତ ଛିଡ଼ା ହୋଇଛି ।

ଆମେରିକାର ବରିଷ୍ଠ ନେତାଙ୍କ ଯାତ୍ରା ନେଇ ଜେଲେନ୍ସ୍କିଙ୍କ ପରାମର୍ଶଦାତା ଓଲେକ୍ସ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ବ୍ଲିଙ୍କନ ଓ ଆଷ୍ଟିନ୍ ଏବେ କିଭ୍ରେ ଅଛନ୍ତି । ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି । କେମିତି ସହଯୋଗ କରାଯାଇପାରିବ, ସେ ନେଇ କଥାବାର୍ତ୍ତା ହୋଇଥାଇପାରନ୍ତି । ବାଇଡେନ ପ୍ରଶାସନ ୟୁକ୍ରେନ୍କୁ ସାହାଯ୍ୟ ଓ ଅସ୍ତ୍ର ସହିତ ରୁଷିଆ ବିରୋଧରେ ପୂରା ସମର୍ଥନ ଦେଉଛି । ଏଥି ସହିତ ରୁଷିଆ ବିରୋଧରେ କଟକଣାକୁ ଅନ୍ତର୍ଜାତୀୟ ଅଭିଯାନର ନେତୃତ୍ୱ ନେଉଛି ।