ଜି-୨୦ ସଂଯୁକ୍ତ ଘୋଷଣାରେ ମୋଦୀଙ୍କ ବୟାନକୁ ଆମେରିକାର ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଜି-୨୦ ସମ୍ମିଳନୀରେ ଭାଗନେଇ ଭାରତ ଫେରିଛନ୍ତି । ମୋଦୀଙ୍କ ଉପସ୍ଥିତି ଜି-୨୦ ସମ୍ମିଳନୀରେ ସାମିଲ ହୋଇଥିବା ଦେଶକୁ ଖୁବ୍ ପ୍ରଭାବିତ କରିଛି । ଜି-୨୦ ସଂଯୁକ୍ତ ଘୋଷଣାରେ ଯୁଦ୍ଧକୁ ନେଇ ମୋଦୀ ଦେଇଥିବା ବୟାନକୁ ଆମରିକ୍ ଖୁବ୍ ପ୍ରଶଂସା କରିଛି ।

ଆମେରିକା କହିଛି ଯେ, ଇଣ୍ଡୋନେସିଆରେ ନିକଟରେ ଶେଷ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ଘୋଷଣାପତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଆଜିର ଯୁଗ ଯୁଦ୍ଧର ନୁହେଁ ବୋଲି ମୋଦୀ ସ୍ପଷ୍ଟ କରିଛନ୍ତି । ଅନ୍ୟ ପ୍ରାଥମିକତା ମଧ୍ୟରେ ବିଶ୍ୱ ଅର୍ଥନୀତିକୁ ଅଗ୍ରସର କରିବାର ପ୍ରୟାସ ଜାରି ରଖି ବର୍ତ୍ତମାନ ଖାଦ୍ୟ ଓ ଶକ୍ତି ସୁରକ୍ଷାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।