ପଦ୍ମପୁର ଉପନିର୍ବାଚନ: ବିଜେଡିର ୪୦ ଷ୍ଟାର କ୍ୟାମ୍ପେନର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରାଯାଇଛି । ଏଥିରେ ୪୦ ଜଣଙ୍କୁ ସାମିଲ କରାଯାଇଛି । ଉକ୍ତ ତାଲିକାରେ ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରହିଥିବାବେଳେ ୧୦ଜଣ ମନ୍ତ୍ରୀଙ୍କ ନାଁ ମଧ୍ୟ ରହିଛି । ୩ ଅଭିନେତା ତଥା ଆକାଶ ଦାସ ନାୟକ, ଅରିନ୍ଦମ ରାୟ ଓ କୁନା ତ୍ରିପାଠୀଙ୍କୁ ମଧ୍ୟ ସାମିଲ କରାଯାଇଛି । କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୁଯୋଗ ମିଳିଥିବାବେଳେ ତାଲିକାରୁ ପ୍ରମିଳା ମଲ୍ଲିକ, ପ୍ରଣବ ବଳନ୍ତରାୟ ଓ ଅନୂଭବ ମହାନ୍ତିଙ୍କୁ ବାଦ୍ ଦିଆଯାଇଛି ।