ରୁଷିଆ ବୈଜ୍ଞାନିକଙ୍କ ସନ୍ଦେହ: ୟୁହାନ୍ କରୋନା ପଛରେ ଆମେରିକା

ୟୁହାନ୍: ଚୀନକୁ କରୋନା ଟୀକା ବିକି କୋଟିକୋଟି ଡଲାର ସାଉଁଟିବା ଲୋଭରେ ଆମେରିକା ପ୍ରଶାସନ ବୈଜ୍ଞାନିକ ଗୋଷ୍ଠୀଙ୍କ ସହାୟତାରେ ଗବେଷଣାଗାରରେ କରୋନା ଭୂତାଣୁ ସୃଷ୍ଟି କରି ତାକୁ ୟୁହାନ୍ରେ ପ୍ରୟୋଗ କରିଥିବା ରୁଷ ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ଆମେରିକାର ଆର୍ଥିକ ସାମ୍ରାଜ୍ୟକୁ କ୍ଷତିଗ୍ରସ୍ତ କରିବା ପାଇଁ ଚୀନ୍ ପ୍ରାଣପଣେ ଉଦ୍ୟମ କରୁଥିବାରୁ ପ୍ରତିଶୋଧ ପରାୟଣ ହୋଇ ଆମେରିକା ଏଭଳି ଷଡ଼ଯନ୍ତ୍ର ରଚିଛି ବୋଲି ରୁଷ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏପରିିକି ଖୋଦ ଚୀନ ମଧ୍ୟ ଏହି ଆଶଙ୍କା କରିଥିବା ଲୋକପ୍ରିୟ ପତ୍ରିକା ‘କୋମସୋ ମୋଲସ୍କାୟା ପ୍ରଭଦା’ ସୂତ୍ରରୁ ପ୍ରକାଶ।

ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ ଆମେରିକା ଲାବରେ ପ୍ରସ୍ତୁତ କରୋନା ଭୂତାଣୁ ଚୀନ୍ ରେ ପ୍ରୟୋଗ କରାଯାଇଛି। ତା’ର ଏକମାତ୍ର ପ୍ରମାଣ ହେଉଛି, କରୋନା ଭୂତାଣୁରେ ଜଣେ ବି ୟୁରୋପୀୟ ଆକ୍ରାନ୍ତ ହୋଇନାହାନ୍ତି। କରୋନା କବଳରେ କଲବଲ ହେଉଥିବା ସବୁ ରୋଗୀ ହେଉଛନ୍ତି ଏସିଆ ମହାଦେଶର ଅଧିବାସୀ। ରୁଷିଆର ବହୁ ପୁରୁଣା ସମ୍ବାଦ ସଂସ୍ଥା ରିଆ ନୋଭୋସ୍ତି ରିପୋର୍ଟ ଅନୁସାରେ ଚୀନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଉଦ୍ଦେଶ୍ୟରେ ଏହା ଆମେରିକାର ଚାଲ୍। ଲାବରେ ପ୍ରସ୍ତୁତ ଭୂତାଣୁକୁ ୟୁହାନରେ ପହଞ୍ଚାଇବା କାମ ଆମେରିକା କୂଟନୀତିଜ୍ଞମାନଙ୍କର।

ଏହି ପରିପ୍ରେକ୍ଷୀରେ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଉପରେ ସନ୍ଦେହ ପ୍ରକାଶ କରାଯାଇଛି। ଅପରପକ୍ଷେ ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର କରୋନା ଭୂତାଣୁ ଗବେଷକ ମାଥ୍ୟୁ ଫ୍ରାଇମ୍ୟାନ୍ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ୟୁହାନରେ ମାତିଥିବା ଭୂତାଣୁ ପଛରେ ଇଂଲଣ୍ଡସ୍ଥିତ ଗବେଷଣା ସଂସ୍ଥା ‘ପିରବ୍ରାଇଟ୍ ଇନଷ୍ଟିଚ୍ୟୁଟ୍’ର କୌଣସି ଭୂମିକା ନାହିଁ। ଉକ୍ତ ସଂସ୍ଥା କେବଳ ସାର୍ସ ଭୂତାଣୁ ପ୍ରତିଷେଧକ ଟୀକା ଉପରେ ପ୍ୟାଟେଣ୍ଟ ଲାଭ କରିଛି। ଆଗାମୀ ଦିନରେ ବ୍ରୋଙ୍କାଇଟିସ୍ ଭୂତାଣୁ ପ୍ରତିଷେଧକ ଟୀକା ଉପରେ ପ୍ୟାଟେଣ୍ଟ୍ ହାସଲ ଅଭିଳାଷ ପୋଷଣ କରିଛି। ବ୍ରୋଙ୍କାଇଟିସ୍ ଭୂତାଣୁ ସାଧାରଣତଃ କୁକୁଡ଼ା ତଥା ପକ୍ଷୀମାନଙ୍କୁ ସଂକ୍ରମଣ କରିଥାଏ। ଉକ୍ତ ଭୂତାଣୁ ମଣିଷଙ୍କ ସଂକ୍ରମଣ କରିବାର ଆଶଙ୍କା ନାହିଁ।

ରୁଷିଆର ଲୋକପ୍ରିୟ ଓ ବରିଷ୍ଠ ରାଜନେତା ଭ୍ଲାଡିମୀର ଝିରିନୋଭସ୍କାଇ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ପଛରେ ଆମେରିକାର ସମ୍ପୃକ୍ତିକୁ ସମର୍ଥନ କରିଛନ୍ତି। ତାଙ୍କ ମତରେ ଶତ୍ରୁ ଦେଶରେ ଭୂତାଣୁ ପ୍ରୟୋଗ କରି କୋଟିକୋଟି ଡଲାର ଆୟ କରିବା ଆମେରିକାର ପୁରୁଣା ଅଭ୍ୟାସ। ଏହି କଳା ପ୍ରୟୋଗ କରି ଆମେରିକା ଫାର୍ମାସିଷ୍ଟମାନେ ଅଧିକ ଫାଇଦା ପାଇଥାନ୍ତି।
ଆମେରିକା ଓ ଚୀନ୍ ଶୀତଳ ଯୁଦ୍ଧ ବିଷୟରେ ସାରା ବିଶ୍ୱ ଅବଗତ। ଦକ୍ଷିଣ ଚୀନ୍ ସାଗର ଓ ୫ଜି ଇଣ୍ଟରନେଟ୍ ମାମଲାରେ ଆମେରିକା ଓ ଚୀନ୍ ପରସ୍ପରକୁ ନଛୋଡ଼ବନ୍ଧା।

ସୂଚନାଯୋଗ୍ୟ, କରୋନା ଭୂତାଣୁକୁ ନେଇ ଆମେରିକାକୁ ଟାର୍ଗେଟ୍ କରିଥିବା ଆଇଗୋର ନିକୁଲିନ୍ ହେଉଛନ୍ତି ମିଳିତ ଜାତିସଂଘର ବାୟୋଲୋଜିକାଲ ଆଣ୍ଡ୍ କେମିକାଲ୍ ୱିପନସ କମିଶନର ପୂର୍ବତନ ସଭ୍ୟ। ୟୁହାନ୍ରେ ମାତିଥିବା କରୋନା ଭୂତାଣୁ ମନୁଷ୍ୟକୃତ ବୋଲି ତାଙ୍କର ଦୃଢ଼ ବିଶ୍ୱାସ।