ଓଡିଶାରେ ୬୦% ଇଂଜିନିୟରିଂ ସିଟ୍ ଫାଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବୈଷୟିକ ଶିକ୍ଷା ବର୍ତମାନ ବିପରୀତ ଦିଗରେ । ରାଜ୍ୟରେ ଥିବା ବିଭିନ୍ନ ବୈଷୟିକ କଲେଜ ଗୁଡିକରେ ପ୍ରାୟ ଷାଠିଏ ପ୍ରତିଶତରୁ ଉର୍ଦ୍ଧ୍ୱ ଇଞ୍ଜିନିୟରିଂ ସିଟ୍ ଫାଙ୍କା ପଡି ରହିଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଧାନସଭାରେ ଜଣାଇଛନ୍ତି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ଜଣାଇଛନ୍ତି ଯେ ରାଜ୍ୟରେ ବର୍ତମାନ ୯୩ ଟି ଇଞ୍ଜିନିୟରିଂ କଲେଜ ଅଛି । ଏଥିରେ ମୋଟ ୩୧,୧୭୪ଟି ସିଟ୍ ଥିବାବେଳେ ୨୦୧୯-୨୦ ଶିକ୍ଷା ବର୍ଷରେ ମାତ୍ର ୧୧,୭୪୫ ଟି ସିଟରେ ନାମଲେଖା ହୋଇଛି ଏବଂ ୧୯୪୨୯ ସିଟ ଫାଙ୍କା ପଡିଛି । ତେଣୁ ତିନୋଟି ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ଆବେଦନ କରିଛନ୍ତି ବୋଲି ମନ୍ତ୍ରୀ ଜଣାଇଛନ୍ତି ।