କେସିଙ୍ଗା ବ୍ରାସ ଦ୍ୱାରା ଆମ୍ବେଦକରଙ୍କ ତିରୋଧାନ ଦିବସକୁ ସଙ୍କଳ୍ପ ଦିବସ ରୂପେ ପାଳନ 

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ରାସ ସଂଗଠନର ଆମ୍ବେଦକର ଭବନରେ ବି ଆର ଆମ୍ବେଦକର ସମାଜ ସେବକ ସଂଘ ସଭାପତି ତ୍ରିନାଥ ନାୟକଙ୍କ ଅଧ୍ୟକ୍ଷତାରେ ବାବା ସାହେବ ଆମ୍ବେଦକରଙ୍କ ୬୭ତମ ତିରୋଧାନ ଦିବସକୁ ସଂକଳ୍ପ ଦିବସ ଭାବେ ପାଳନ କରାଯାଇଛି । ପ୍ରଥମେ ଆମ୍ବେଦକର ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ଆମ୍ବେଦକର ପ୍ରେମୀ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପଛୁଆ ବର୍ଗ କାର୍ଯ୍ୟକର୍ତ୍ତା ଜଗଦିଶ ଯାଦବ , ଆଇନଜୀବୀ ଛବିଲାଲ ନିଆଲ, ଜିଲ୍ଲା ମହିଳା ସଂଘ ସଭାନେତ୍ରୀ ବିଜୟା ଲଷ୍ମୀ ସ୍ୱର୍ଣ ଓ ପୂର୍ବତନ ବ୍ରାସ ସଭାପତି ନେହେରୁ ସୁନାନୀ ଉପସ୍ଥିତ ହୋଇ ବାବାସାହେବ ଆମ୍ବେଦକରଙ୍କ ସଂଘର୍ଷ ଉପରେ ଆଲୋକପାତ କରିଥିଲେ । ଆମ୍ବେଦକର କେବଳ ଦଳିତଙ୍କ ମସିହା ନୁହଁନ୍ତି ବରଂ ସମାଜର ସବୁବର୍ଗର ଲୋକ ଯେଉଁମାନେ ଅବହେଳିତ, ଅସହିଷ୍ଣୁତା ଓ ଅସମାନତାର ଶିକାର ହେଉଛନ୍ତି ତାଙ୍କ ପାଇଁ ମସିହା । ଆଜି ନାରୀମାନେ ପାଉଥିବା ସମ୍ମାନ ପଛରେ ତାଙ୍କ ପ୍ରୟାସ ଓ ପ୍ରଚେଷ୍ଟା ରହିଥିବା ଉପସ୍ଥିତ ବକ୍ତାମାନେ କହିଥିଲେ । ଏହି ସଙ୍କଳ୍ପ ଦିବସରେ କେସିଙ୍ଗା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଆମ୍ବେଦକର ପ୍ରେମୀ, ବ୍ରାସ ସଂଗଠନ କର୍ମକର୍ତ୍ତା ଓ ସଦସ୍ୟ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁରେଶ ମହାନନ୍ଦ ପରିଚାଳନା କରିଥିବାବେଳେ ଯୁଗଳ ଦୀପ ଧନ୍ୟବାଦ ଦେଇଥିଲେ ।