କେସିଙ୍ଗାରେ ଭୀମରାଓ ଆମ୍ବେଦକର ଜୟନ୍ତୀ ଧୁମଧାମରେ ପାଳିତ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ କେସିଙ୍ଗା ବିଆର୍‌ ଆମ୍ବେଦକର ସଂଘ ବ୍ରାସ ସଂଗଠନର ଆହ୍ୱାନରେ ହର୍ଷ ଓ ଉଲ୍ଲାସର ସହ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ପାଳନ ହୋଇଯାଇଛି। ଏଥିରେ ସବୁ ଧର୍ମ ଓ ସବୁ ବର୍ଗର ଲୋକ ସାମିଲ ହୋଇ ମହାମାନବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀକୁ ଏକ ଉତ୍ସବ ଭାବେ ପାଳନ କରିଛନ୍ତି। ପ୍ରଥମେ କେସିଙ୍ଗା ଆମ୍ବେଦକର ଛକରେ ଥିବା ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ମହମବତୀ ପ୍ରଜ୍ବଳନ ପରେ ଆମ୍ବେଦକର ଛକରୁ ଏକ ବିରାଟ ଶୋଭାଯାତ୍ରା କେସିଙ୍ଗା ସହର ପରିକ୍ରମା କରିଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବକମାନେ ସାମିଲ ହୋଇ ଜୟ ଭୀମ ନାରାରେ ସହର ପ୍ରକମ୍ପିତ ହୋଇଥିଲା।

ଏହି ବିଶାଳ ଶୋଭାଯାତ୍ରାକୁ ବିଭିନ୍ନ ଛକରେ ଭବ୍ୟ ସ୍ୱାଗତ କରିବା ସହ ବିଭିନ୍ନ ସଂଗଠନ ଓ ୱାର୍ଡ ବାସୀଙ୍କ ଦ୍ଵାରା ମୃଦୁ ପାନୀୟର ବ୍ୟବସ୍ଥା କରାଯାଇଥିଲା। ଆମ୍ବେଦକର ଜୟନ୍ତୀ ସୂଚରୁରୂପେ ପାଳନ ପାଇଁ କେସିଙ୍ଗା ବ୍ରାସ ସଙ୍ଗଠନ ଓ କେସିଙ୍ଗା ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ଫଳରେ ଶାନ୍ତି ଶୃଙ୍ଖଳା ସହ କେସିଙ୍ଗା ସହରରେ ଆମ୍ବେଦକର ଜୟନ୍ତୀ ପାଳନ ହୋଇଯାଇଛି।