ଶେଷରେ ଆଲିଆଙ୍କର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଆଜି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମୁମ୍ବାଇର ପାଲି ହିଲସ୍ଥିତ ରଣବୀରଙ୍କ ବାସ୍ତୁ ଆବାସରେ ଏହି ଷ୍ଟାର ଯୋଡ଼ି ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଏନେଇ ନିଜେ ଆଲିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସହ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଦୀର୍ଘ ୫ ବର୍ଷ ହେବ ରଣବୀର ଓ ଆଲିଆ ପରସ୍ପରକୁ ଡେଟ୍ କରୁଥିଲେ । ବିବାହର ସବୁ ରୀତିନୀତି ଘରେ ହୋଇଥିଲା । ବିବାହରେ କେବଳ ପରିବାର ସଦସ୍ୟ ଓ ବନ୍ଧୁ ଉପସ୍ଥିତ ଥିଲେ । ବିବାହ ସରିବା ପରେ ରଣବୀରଙ୍କ ଟିମ୍ ମିଡିଆ କର୍ମୀଙ୍କୁ ଲଡ଼ୁ ବାଣ୍ଟିଥିଲେ । ଆଗାମୀ ଦିନରେ ଏକ ପଞ୍ଚ ତାରକା ହୋଟେଲରେ ଏହି ଷ୍ଟାର ଦମ୍ପତ୍ତି ବଲିଉଡ କଳାକଳାରଙ୍କ ପାଇଁ ରିସେପ୍ସନ ପାର୍ଟି ରଖିବେ ବୋଲି ଅନୁମାନ କରାଯାଉଛି ।