ଚଣ୍ଡୀଗଢ଼: ହରିୟାଣା ସରକାର ଡିସେମ୍ବର ୧ରୁ ରାଜ୍ୟର ସବୁ ସ୍କୁଲ ପୂର୍ଣ୍ଣ କ୍ଷମତା ସହ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସମସ୍ତ ସ୍କୁଲକୁ କରୋନା ନିୟମ ପାଳନ କରିବାକୁ ପଡ଼ିବ। କରୋନା ଯୋଗୁ ଭବିଷ୍ୟତରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ରାଜ୍ୟ ସରକାର ତୁରନ୍ତ ନିର୍ଣ୍ଣୟ ନେବେ। ଏନେଇ ହରିୟାଣା ଶିକ୍ଷାମନ୍ତ୍ରୀ କାନୱାର ପାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ୨୦୨୦ରୁ ଦେଶର ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଥିଲା। ଆଉ ଅନଲାଇନ ମାଧ୍ୟମରେ ପିଲାଙ୍କୁ ପଢ଼ା ଯାଉଥିଲା। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ କମୁଥିବାରୁ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ କରାଯାଇଛି।