ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ମଲ୍ଟୀ-ଡୋମେନ ଯୁଦ୍ଧ କ୍ଷେତ୍ରରେ କିପରି ଶତ୍ରୁଙ୍କୁ ପରାସ୍ତ କରାଯିବ ସେନେଇ ରାଜସ୍ଥାନର ରେଗିସ୍ତାନରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସକୁ ଭାରତୀୟ ସେନା ଶେଷ କରିଛି। ‘ଦକ୍ଷିଣ ଶକ୍ତି’ ନାମକ ଯୁଦ୍ଧଭ୍ୟାସରେ ପାଖାପାଖି ୩୦ ହଜାର ସୈନିକ ଓ ପୁଲିସ ଭାଗ ନେଇଥିଲେ। ସ୍ଥଳସେନା ମୁଖ୍ୟ ଜେନେରାଲ ଏମ ଏମ ନରବାଣେ ଏହି ଯୁଦ୍ଧଭ୍ୟାସର ସମୀକ୍ଷା କରିବା ପାଇଁ ଜେସଲମେର ପହଂଚିଥିଲେ।
ସୂଚନାଯୋଗ୍ୟ, କରୋନା କାଳରେ ଏହା ଭାରତର ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ବୋଲି କୁହାଯାଉଛି। ଦେଶର ସଶସ୍ତ୍ର ସେନା, ବିଭିନ୍ନ ଖୁଫିଆ ଏଜେନ୍ସି ଓ ସୁରକ୍ଷା ଏଜେନ୍ସି ମଧ୍ୟରେ ତାଳମେଳ ଉଦ୍ଦେଶ୍ୟରେ ଏହି ଯୁଦ୍ଧାଭ୍ୟାସ କରାଯାଇଛି।