ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୬୨ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି। ଓଡ଼ିଶା ଲାଗି ୧୭ଟି ଟିମ୍ ପ୍ରସ୍ତୁତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଆଉ ଟିମ୍ ଯୋଗାଇ ଦିଆଯିବ। ଏନେଇ ଏନଡିଆରଏଫ୍ ଡିଜି ଅତୁଲ କରୱାଲ ସୂଚନା ଦେଇଛନ୍ତି।