କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଶାଖା ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଦ ଓ ମାଦକ ଦ୍ରବ୍ୟର ଉତ୍ପାଦନ ବନ୍ଦ କରିବା, ସିଏଏ ଓ ଏନଆରସି ଲାଗୁ ନକରିବା, ଅଶ୍ଲୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା, ନାରୀ ଓ ଶିଶୁ ନିର୍ୟାତନା ବନ୍ଦ କରିବା, ସମାନ କାମକୁ ସମାନ ମଜୁରୀ ପ୍ରଦାନ କରିବା, ମହିଳା ଶ୍ରମିକ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ୨୧ ହଜାର ଟଙ୍କା ମଜୁରୀ, ଶିଶୁ ମାନଙ୍କର ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଦାବିରେ ଏହି ବିକ୍ଷୋଭ ହୋଇଛି।
