ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ସୋମବାର ଭୁବନେଶ୍ୱରର ଦାରୁଠେଙ୍ଗ ଠାରେ ଥିବା ଡମ୍ପିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଦାବି କରିଛନ୍ତି। ଏ ନେଇ ସେ ଏକ ସମ୍ବାଦିକ ସମ୍ମିଳନୀରେ ଡମ୍ପିଂୟାର୍ଡ ଯୋଗୁଁ ଦାରୁଠେଙ୍ଗା ଏବଂ ଆଖପାଖ ଇଲାକାରେ ବାୟୁ ପ୍ରଦୂଷଣ ହେଉଛି। ଫଳରେ ସେଠାରେ ରହୁଥିବା ଲୋକମାନେ ରୋଗରେ ପୀଡ଼ିତ ହେଉଛନ୍ତି।
ଏ ନେଇ ଭୁବନେଶ୍ୱର ନଗରପାଳିକା ପକ୍ଷରୁ ତୁରନ୍ତ ଏହାକୁ ଭୁବନେଶ୍ୱର ବାହାରକୁ ସ୍ଥାନାନ୍ତର କରିବା ଦରକାର। ଏଥିସହ ଜଟଣୀ ଅଞ୍ଚଳର ୨୭ଟି ଗାଁ’ର ଲୋକଙ୍କ ଜମି ଫେରାଇବାକୁ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ୨୬ ଜାନୁଆରୀ ପର୍ଯ୍ୟନ୍ତ ଏହି ଦୁଇ ସମସ୍ୟାର ସମାଧାନ ନହେଲେ ନବୀନ ନିବାସ ସାମ୍ନାରେ ଆତ୍ମାହୁତିକରିବେ ବୋଲି କହିଛନ୍ତି।