ୟୁକ୍ରେନ୍‌ର ସମସ୍ତ କ୍ଷତିଗ୍ରସ୍ତ ଭିତ୍ତିଭୂମିର ହେବ ପୂନଃନିର୍ମାଣ: ରୁଷ୍ ଦେବ ଅର୍ଥ!

ନୂଆଦିଲ୍ଲୀ,ଏଜେନ୍ସି: ରୁଷ୍‌-ୟକ୍ରେନ୍ ଯୁଦ୍ଧର ବିଭୀଷିକା ୟୁକ୍ରେନ୍‌ର ପ୍ରତିଟି ସହର, ପ୍ରତିଟି ଗଳି ଓ ପ୍ରତି ରାସ୍ତାରେ ଦେଖିବାକୁ ମିଳୁଛି। ଗଗନଚୁମ୍ଭୀ ଅଟ୍ଟାଳିକା ମାଟିରେ ମିଶିଯାଇଛି। ଚକ୍‌ଚକ୍ କରୁଥିବା ସହର ଭଗ୍ନସ୍ତୁପ ପରି ଦୃଶ୍ୟମାନ ହେଉଛି। ଏପରିସ୍ଥିତିରେ ମାନସିକ ଭାବେ ହାର ମାନିନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦାଇମିର୍ ଜେଲେନ୍‌ସ୍କି।

ସେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ୟୁକ୍ରେନ୍ ସହରର ପୂନଃନିର୍ମାଣ କରାଯିବ। ପୁଣିଥରେ ମାଟିରେ ମିଶିଯାଇଥିବା ଘର, ଦୋକାନ, ରେଳବାଇ, ବିମାନବନ୍ଦର, ବିଜିନେସ୍ ପଏଣ୍ଟ୍‌, ଆପାର୍ଟମେଣ୍ଟ୍‌ର ପୁନଃନିର୍ମାଣ ହେବ। ଆମେ ପ୍ରତ୍ୟେକ ଧ୍ୱଂସ୍ତ-ବିଧ୍ୱସ୍ତ ଭିତ୍ତିଭୂମିର ପୂନଃନିର୍ମାଣ କରିବୁ। ରୁଷ୍‌କୁ ପ୍ରସ୍ତୁତି ଓ ବ୍ୟୟଭାର, ଯୋଗଦାନ ଶବ୍ଦର ପ୍ରକୃତ ଅର୍ଥ ଶିକ୍ଷା କରିବାକୁ କହିବୁ। ୟୁକ୍ରେନ୍‌ବାସୀଙ୍କର, ସରକାରଙ୍କର, ପ୍ରତ୍ୟେକ ବ୍ୟକ୍ତିଙ୍କ ଯେଉଁ କ୍ଷତି କରିଛ, ସେହି ସମସ୍ତ କ୍ଷତିର ଭରଣା କରିବାକୁ ରୁଷ୍ ଉପରେ ଚାପପ୍ରୟୋଗ କରିବାକୁ ସେ କହିଛନ୍ତି।